Odisha Link
Bridging the Missing Links in Odisha

ବଦଳିଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ଆଗକୁ ରାଜ୍ୟରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହାପୂର୍ବରୁ ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର।ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଏନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ। ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ। ଏକ ମାସ ଛୁଟି ପାଇଁ କମିଶନର୍ କୁଲାଙ୍ଗେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା ପରେ ଆଜିଠାରୁ(ଶନିବାର) ସେ ଛୁଟିରେ ଯିବେ। ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବା ନେଇ ଜିଏ ପକ୍ଷରୁ ସୂଚନା ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.