Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରାଦୀପରେ ଜବତ ହେଲା ଜାହାଜ

ଓଏଲ୍‌ ବ୍ୟୁରୋ: ହାଇକୋର୍ଟଙ୍କ ବଡ଼ ରାୟ। ପାରାଦ୍ବୀପ ବନ୍ଦରରେ ଅଟକିଥିବା ଏମ୍‌.ଭି ଦେବୀ ଜାହଜ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରାୟ ଶୁଣାଇ କହିଛନ୍ତି, ଏମ.ଭି ଦେବୀ ଜାହଜକୁ ତୁରନ୍ତ ବାନ୍ଧ। ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ଜାହାଜଟି ପାରାଦୀପ ପିଆଇସିଟି ବର୍ଥରେ ହିଁ ରହିବ।

ଜାହାଜର ମାଲିକଙ୍କଠାରୁ ପ୍ରାୟ ସାଢେ ୮ କୋଟିର ଟଙ୍କା ନିଜର ବକେୟା ପ୍ରାପ୍ୟ ପାଇବାକୁ ହାଇକୋର୍ଟ ଯାଇଥିଲା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ। ଗତ ନଭେମ୍ବର ୩୦ରୁ ଏଯାଏ ଜାହାଜଟିକୁ ଜବତ କରି କଷ୍ଟମ୍ସ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ ଯାକ କ୍ରିଉ ମେମ୍ବର ପ୍ରାୟ ୩ ମାସ ହେଲାଣି ମଧ୍ୟ ଅଟକି ରହିଛନ୍ତି।

ଗତବର୍ଷ ନଭେମ୍ବରରେ ପାରାଦୀପରେ ଏକ ଜାହାଜରେ କୋକିନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ସେବେଠାରୁ ଏହି ଜାହାଜଟି ପାରାଦୀପ ବନ୍ଦରରେ ଅଟକି ରହିଛି । ତେବେ ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ବନ୍ଦର ପରିଚାଳନା କର୍ତ୍ତୃପକ୍ଷ।ଜାହାଜଟି ଅଟକି ରହିଥିବାରୁ କ୍ଷତି ହେଉଥିବା ଦର୍ଶାଇ କୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ସମ୍ପୃକ୍ତ ଜାହାଜକୁ ଗିରଫ କରିବାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave A Reply

Your email address will not be published.