Odisha Link
Bridging the Missing Links in Odisha

ପାଗ ବଦଳିଲା ଖସିଲା ତାପମାତ୍ରା: ଉପକୂଳ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ତଳକୁ ଖସିଛି। କାରଣ ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ କୋହଲା ପାଗ ପରିଲକ୍ଷିତ ହୋଇଛି। ସକାଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଯାହାଫଳରେ ତାପାମାତ୍ରା ଅଳ୍ପ କମିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି। ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁୁମାନ କରିଛନ୍ତି। ସୂଚନାଥାଉକି, ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଶୁକ୍ରବାର ଖସିଥିଲା। ମାତ୍ର ଦୁଇଟି ସହର ୩୫ ଡିଗ୍ରୀ ଛୁଇଁଥିଲା। ହେଲେ ଗୁରୁବାର ଦିନ ୧୮ଟି ସହରର ତାପମାତ୍ରା ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା।

ଏତଦବ୍ୟତୀତ ଉପକୂଳ ଓଡ଼ିଶାର ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳର କିଛି ଜିଲ୍ଲାରେ ମେଘୁଆ ଆକାଶ ସହ କୋହଲା ପାଗ ଦେଖିବାକୁ ମିଳିଛି। ଏହାଛଡ଼ା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ବି ହୋଇଥିବାର ଖବର ମିଳିଛି।

Leave A Reply

Your email address will not be published.