Odisha Link
Bridging the Missing Links in Odisha

‘୨୦୨୪ ନିର୍ବାଚନରେ ରେକର୍ଡ ଭାଙ୍ଗିବ ବିଜେଡି’

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ।

ସାଧାରଣ ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ସଂସ୍ଥାର ଆଗୁଆ ନିର୍ବାଚନୀ ସର୍ଭେକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା। ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍‌ସ ନାଓ, ଇଣ୍ଡିଆ ଟୁଡେ ନିଜର ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ। ଗତକାଲି ଦି ଫେଡେରାଲ ଓ ଜନହିତ ଟାଇମ୍‌ସର ସର୍ଭେ ରିପୋର୍ଟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ କରିଛି ବଡ଼ ଦାବି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା କହିଛନ୍ତି, ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ। ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ। କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି।

ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି। ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି।

ବିଜେଡି ନେତା ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି, ସର୍ଭେ ଅନୁସାରେ ବିଜେଡି ୧୨୮, ବିଜେପି ୧୩, କଂଗ୍ରେସ ୪, ସିପିଏମ ଗୋଟିଏ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବିଧାନସଭା ଆସନରେ ବିଜୟୀ ହେବେ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ବିଜେଡି ଆଗାମୀ ନିର୍ବାଚନରେ ୧୮ଟି ଲୋକସଭା ସିଟ୍‌ ହାତେଇବ। ସେହିପରି ବିଜେପି ୨ଟି ଓ କଂଗ୍ରେସକୁ ଗୋଟିଏ ସିଟ୍‌ ମିଳିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଗତ ୫ବର୍ଷ ଭିତରେ ବିଜେଡି ସରକାରର କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ବଢ଼ିଛି। ତେଣୁ ବିଧାନସଭା ଓ ଲୋକସଭାରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲତ ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.