Odisha Link
Bridging the Missing Links in Odisha

ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଘୋଷଣା ହେବ ନିର୍ବାଚନ ତାରିଖ

ଓଏଲ୍‌ ବ୍ୟୁରୋ: ଦେଶରେ ଗୋଟିଏ ଚର୍ଚ୍ଚା ନିର୍ବାଚନ..ନିର୍ବାଚନ..ନିର୍ବାଚନ। କେବେ ହେବ ନିର୍ବାଚନ। ଏସବୁ ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାର।

ବର୍ତ୍ତମାନ ନିର୍ବାଚନ ଆୟୋଗର କର୍ମଚାରୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ପାଇଛି।

ନିକଟରେ ନିର୍ବାଚନ ଆୟୋଗ କର୍ମକର୍ତ୍ତା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ବର୍ତ୍ତମାନ ଅଧିକାରୀମାନେ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହା ପରେ ଉତ୍ତରପ୍ରଦେଶ ଏବଂ ଜମ୍ମୁ କଶ୍ମୀରରେ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ ବୋଲି ସୂଚନା ରହିଛି। ମାର୍ଚ୍ଚ ୧୩ ପୂର୍ବରୁ ରାଜ୍ୟ ଗସ୍ତ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ଯୋଜନା କରୁଛି ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.