Odisha Link
Bridging the Missing Links in Odisha

‘ସ୍ବୟମ୍‌’ ଯୋଜନାରେ କେମିତି ମିଳିବ ଟଙ୍କା? ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଓଏଲ୍‌ ବ୍ୟୁରୋ: ଉଦୀୟମାନ ଯୁବକଯୁବତୀଙ୍କୁ ‘ଯୁବ ଉଦ୍ୟୋଗୀ’ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ସ୍ବୟମ୍’।ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି।ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ।ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ।

ଋଣ ସୁଧ ଭାର ବହନ କରିବେ ସରକାର। ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ।ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ https://swayam.odisha.gov.in/ ରେ ଆବେଦନ କରିପାରିବେ। ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି।

ସ୍ବୟମ୍‌ ଯୋଜନା କ’ଣ?
ଏହି ଯୋଜନା ଆଧାରରେ ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଋଣର ସୁଧଭାର ବହନ କରିବେ ରାଜ୍ୟ ସରକାର। ବ୍ୟବସାୟ ପାଇଁ ଆବଶ୍ୟକ ଟଙ୍କାର ମାତ୍ର ୫ ପ୍ରତିଶତ ମୂଳ ଜମା ଆକାରରେ ଦାଖଲ କରିବାକୁ ପଡ଼ିବ। ଋଣ ନିମନ୍ତେ କୌଣସି ବଧକ ରଖିବାକୁ ପଡ଼ିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ। ଋଣ ପରିଶୋଧ କରିବାର ୪ ବର୍ଷ ସମୟ ସୀମା ମଧ୍ୟରେ ବ୍ୟାଙ୍କର ପ୍ରଚଳିତ ନିୟମାନୁଯାୟୀ ୩ରୁ ୬ ମାସ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ରହାତି ରହିଛି।

ସ୍ବୟମ୍‌ ଯୋଜନା ପାଇଁ ଆବଶ୍ୟକ କାଗଜ ପତ୍ର:
-ଆବେଦନକାରୀଙ୍କ ପାସ୍‌ପୋର୍ଟ ସାଇଜ ଫଟୋ
-ବୟସ ପ୍ରମାଣପତ୍ର (ଆଧାର କାର୍ଡ/ ଭୋଟର କାର୍ଡ/ ପ୍ୟାନ୍‌ କାର୍ଡ/ ଜନ୍ମ ପ୍ରମାଣପତ୍ର)
-ବାସସ୍ଥାନ ପ୍ରମାଣପତ୍ର
-ବାର୍ଷିକ ଆୟ ପ୍ରମାଣପତ୍ର/ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ/ କାଳିଆ ଯୋଜନା କାର୍ଡ
-UDYAM ରେଜିଷ୍ଟ୍ରେସନ/ ଆସିଷ୍ଟେଡ ସାର୍ଟିଫିକେଟ
-ଜାତି/ ଭିନ୍ନକ୍ଷମ ପ୍ରମାଣପତ୍ର
-ସହରାଞ୍ଚଳ କିନ୍ନରଙ୍କ ଦ୍ବାରା ଘୋଷଣାପତ୍ର

ଯୋଗ୍ୟତା:
-୧୮ରୁ ୩୫ ବର୍ଷ ବୟସ ପର୍ଯ୍ୟଡ଼୍ତ ଆଗ୍ରହୀ ଯୁବକଯୁବତୀ
-ଅନୁସୂଚିତ ଜାତି/ ଜନଜାତି/ ଭିନ୍ନକ୍ଷମ/ କିନ୍ନର ଋଣଗ୍ରହୀତାଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୪୦ ବର୍ଷ ।
– କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପରିବାର କିମ୍ବା ଗ୍ରାମାଞ୍ଚଳରେ ୨ ଲକ୍ଷ ଟଙ୍କା ଏବଂ ସହରାଞ୍ଚଳରେ ୩ ଲକ୍ଷ ଟଙ୍କାରୁ କମ୍‌ ବାର୍ଷିକ ଆୟ ଥିବା ପରିବାର।
-‘ଉଦ୍ୟମ’ ଯୋଜନାରେ ପଞ୍ଜିକୃତ କିମ୍ବା ସହାୟକ ନମ୍ବରଧାରୀ ଯୁବକଯୁବତୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ।

ଆବେଦନ ପ୍ରକ୍ରିୟା ଜାଣନ୍ତୁ:

-ଆବେଦନକାରୀ ଓ୍ବେବ୍‌ସାଇଟ୍‌   https://swayam.odisha.gov.in/ ଅଥବା ‘ମୋ ସେବା କେନ୍ଦ୍ର’ ସହାୟତାରେ ଆବେଦନ କରିପାରିବେ।
-ସହରାଞ୍ଚଳ ଆବେଦନକାରୀ ନିଜ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ/ ପୌର ପରିଷଦ/ ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ଦାଖଲ କରିପାରିବ।
-ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ।
– ଆଜିଠୁ ଅର୍ଥାତ୍‌ ୨୩/ ୦୨/ ୨୪ ରିଖରୁ ଆବେଦନ ଆରମ୍ଭ ହୋଇଛି।

Leave A Reply

Your email address will not be published.