Odisha Link
Bridging the Missing Links in Odisha

ବଢ଼ିଲା କୁଶଳୀ କାରିଗରଙ୍କ ପାରିଶ୍ରମିକ, ଏଣିକି ପାଇବେ ୬,୫୦୦ ଟଙ୍କା

ଓଏଲ୍‌ ବ୍ୟୁରୋ: କୁଶଳୀ କାରିଗରଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାବଲମ୍ବୀ କାରିଗରଙ୍କ ଦରମା ବଢ଼ାଇଲେ ରାଜ୍ୟ ସରକାର। ସ୍ୱାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ଅଢେଇ ହଜାର ଟଙ୍କା ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ହଜାର ଟଙ୍କା ପାରିଶ୍ରମିକ ପାଇ ଗ୍ରାମ ପଞ୍ଚାୟତରେ କାମ କରୁଥିବା କାରିଗର ଏଣିକି ୬ ହଜାର ୫ଶହ ଟଙ୍କା ପାରିଶ୍ରମିକ ପାଇବେ। ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର (Self Employed Mechanic) ଉପକୃତ ହେବେ।

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ପ୍ରତିନିଧି ମାନଙ୍କ ଠାରୁ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ୫-ଟି ଅଧ୍ୟକ୍ଷ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତ ମାନଙ୍କରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି ଏବଂ ଏମାନେ ପାଇପ ଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ଟ୍ୟୁବ ୱେଲ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।

Leave A Reply

Your email address will not be published.