Odisha Link
Bridging the Missing Links in Odisha

ଓଡ଼ିଶା ପୁଲିସ୍‌ ବିଭାଗରେ ଖାଲି ପଡ଼ିଛି ୧୩ ହଜାରରୁ ଅଧିକ ପଦବୀ

ମୂଳ ପଦବିର ୨୦ ପ୍ରତିଶତ ପାଖାପାଖି ଖାଲି

ଓଏଲ୍‌ ବ୍ୟୁରୋ: ରାଜ୍ୟ ପୁଲିସ୍‌ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି। ୧୩ ହଜାରରୁ ଅଧିକ ପଦବୀ ଖାଲି ରହିଥିବା ସୂଚନା ରହିଛି। ସେଥିରୁ କେବଳ ୧୦ହଜାରରୁ ଅଧିକ ପୁଲିସ ପଦବି ରହିଥିବା ବେଳେ ମିନିଷ୍ଟରିଆଲ୍‌ ଓ ଗ୍ରୁପ୍‌ ଡିରେ ୩ ହଜାରରୁ ଅଧିକ ପଦବି ଖାଲି ପଡିଛି। ୬ ଆଇଜି, ୧୦ ଡିଆଇଜି, ୨୮୩ ଡିଏସ୍‌ପି ପଦବି ଖାଲି, ୧୨୩୭ ଏସ୍‌ଆଇ, ୧୦୦ ଇନ୍‌ସପେକ୍ଟର୍‌ ପଦବି ବି ଖାଲି ରହିଛି।

ପୁଲିସ ବିଭାଗରେ ଅଧିକ ପଦବି ସୃଷ୍ଟି ପାଇଁ ପ୍ରସ୍ତାବ ଦିଆଯାଉଥିବା ​ବେଳେ ରହି ଆସିଥିବା ମୂଳ ପଦବିର ୨୦ ପ୍ରତିଶତ ପାଖାପାଖି ଖାଲି ପଡ଼ିବା ଘଟଣା ଉଦ୍‌ବେଗର କାରଣ ହୋଇଛି। ରାଜ୍ୟ ପୁଲିସ‌ରେ ପୁଲିସ ବିଭାଗରେ ଡିଜି ପାହ୍ୟାରୁ ଆରମ୍ଭ କରି ଗ୍ରୁପ୍‌ ଡି ପର୍ଯ୍ୟନ୍ତ ମୋଟ ୭୩ ହଜାର ୭୧୮ଟି ପଦବି ଥିବା ବେଳେ ଏବେ ମୋଟ ୬୦ ହଜାର ୬୪୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.