Odisha Link
Bridging the Missing Links in Odisha

ପୁଲିସ୍‌ କର୍ମଚାରୀଙ୍କୁ ଗୋରୁ ମାଫିଆଙ୍କ ଆକ୍ରମଣ

ନିକଟସ୍ଥ ଗାଁ ଉପରେ ଚଢ଼ାଉ କରି ପଚରାଉଚରା ପାଇଁ ୨ ଜଣଙ୍କୁ ଉଠାଇ ଆଣିଥିବା ଜଣାଯାଇଛି।

ଓଏଲ୍‌ ବ୍ୟୁରୋ: ଆଠଗଡ଼ରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ କର୍ମଚାରୀ। ତିଗିରିଆ ଗୋପିନାଥପୁର ଶାସନ ଛକରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଗୋରୁ ମାଫିଆ ଆକ୍ରମଣ କରିଥିଲେ। ଗୋରୁ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଆଇଆଇସିଙ୍କ ସମେତ ଏସ୍ଆଇ ସନ୍ତୋଷ ପ୍ରଧାନ ଓ ଏଏସ୍‌ଆଇ ଲକ୍ଷ୍ମୀଧର ବେହେରା।

ଅଳ୍ପ ସଂଖ୍ୟକ ପୁଲିସ୍‌ କର୍ମଚାରୀ ଥିବାରୁ ଗୋରୁ ମାଫିଆମାନେ ଗାଡ଼ି ଧରି ଚମ୍ପଟ ମାରିଥିଲେ। ଖବର ପାଇ ପ୍ରାୟ ଅଧ ଘଣ୍ଟା ପରେ ଆଠଗଡ଼ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପୁଲିସ୍‌ କର୍ମଚାରୀଙ୍କୁ ଆଠଗଡ଼ ମେଡିକାଲ ପଠାଇଥିଲେ। ଏହାପରେ ସେ ନିକଟସ୍ଥ ଗାଁ ଉପରେ ଚଢ଼ାଉ କରି ପଚରାଉଚରା ପାଇଁ ୨ ଜଣଙ୍କୁ ଉଠାଇ ଆଣିଥିବା ଜଣାଯାଇଛି। ହେଲେ ଫେରାର ହୋଇଯାଇଥିବା ଗୋରୁ ବୋଝେଇ ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିପାରୁନି। ତେବେ ଗୁରୁ ମାଫିଆ ଏଭଳି ଜଘନ୍ୟ କାଣ୍ଡ କରୁଥିବା ବାରମ୍ବାର ସାମ୍ନାକୁ ଆସୁଛି।

Leave A Reply

Your email address will not be published.