Odisha Link
Bridging the Missing Links in Odisha

ନକ୍ସଲଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ

ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ସୁକମାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନକ୍ସଲଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଖବର ଅନୁସାରେ, ସୁକମାରେ ସର୍ଚ୍ଚ ଅପରେସନ୍ ଜାରିରହିଥିଲା। ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା। ଘଟଣାସ୍ଥଳରେ ନକ୍ସଲଙ୍କ ଗୁଳିବିନିମୟରେ ୩ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ନକ୍ସଲଙ୍କ ଗୁଳିବିନିମୟରେ ସହିଦ ହୋଇଥିବା ୩ ଜଣ ଡ଼ିଆରଜି ଅଧିକାରୀ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.