Odisha Link
Bridging the Missing Links in Odisha

ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ ନନ୍ଦ

ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ।

ଓଏଲ୍‌ ବ୍ୟୁରୋ: ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି। ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ରାଜଧାନୀ ଦିଲ୍ଲୀରେ ଚିକିତ୍ସିତ ହେଉଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଠିକ ନହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ।

ଖବର ଅନୁସାରେ, ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପିଣ୍ଟୁ ନନ୍ଦ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିଲା। ତାଙ୍କର ଶାରୀରିକ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.