Odisha Link
Bridging the Missing Links in Odisha

ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସିଭିଲ୍ ସର୍ଭିସ ପରୀକ୍ଷା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁବିଧା ଅଣାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତିକୁ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ।

ମାଗଣା କୋଚିଂ ସେବା ପାଇବା ପାଇଁ ମାର୍ଚ୍ଚ ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ହେବ। ଆସନ୍ତା ୧୬ ତାରିଖରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆଡମିଟ କାର୍ଡ ପ୍ରକାଶ ପାଇବ। ଆଶାୟୀ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନର ଶୁଳ୍କ ୧୦୦ ଟଙ୍କା ହୋଇଥିବାବେଳେ ରାଜ୍ୟ ସରକାର ପିଲାମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ବହନ କରିବେ ବୋଲି ଜଣା ପଡିଛି। ତେବେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇପାରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.