Odisha Link
Bridging the Missing Links in Odisha

ମାଡ଼ିଗଲା ବରଗାଡ଼ି ; ଜଣେ ମୃତ ଏବଂ ୩ଜଣ ଆହତ

ବର ଯାଉଥିବା ଏକ ମାରୁତି ଏଟ୍ରିକା କାର୍ ଘଟଣାସ୍ଥଳରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘଝରଣ ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବରଯାତ୍ରୀ ବାହାରୁଥିବା ସମୟରେ ବର ଗାଡ଼ି ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବଡ଼ ଆଡମ୍ବରର ସହିତ ପ୍ରସ୍ତୁତ ହୋଇ ବାହାରୁଥିଲା ବରଯାତ୍ରୀ। ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହିର୍ଲି ଗାଁକୁ ଶୁକ୍ରବାର ରାତିରେ ବରଯାତ୍ରୀ ବାହାରିଥିଲେ। ବର ଯାଉଥିବା ଏକ ମାରୁତି ଏଟ୍ରିକା କାର୍ ଘଟଣାସ୍ଥଳରେ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଗାଡି ଚଢ଼ିଯିବା ପରେ ଏଥିରେ ଗାଁର ରାଜ ବରିହାଙ୍କ ସହ ୪ଜଣ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖପ୍ରାଖୋଲ ଚିକିତ୍ସାଳୟକୁ ଅଣା ଯାଇଥିଲା। ଚିକିତ୍ସାଳୟରେ ଡାକ୍ତର ରାଜଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଦୁର୍ଘଟଣାର ଖବର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.