Odisha Link
Bridging the Missing Links in Odisha

ପିପିଲି ଉପ-ନିର୍ବାଚନ: ମୁତୟନ ହେବେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ପିପିଲି: ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ଏନେଇ ଅତିରିକ୍ତ ପୁଲିସ ମହାନିର୍ଦେଶକ ଯଶୋବନ୍ତ ଜେଠୱା ପିପିଲି ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନ୍‍, ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ଭାବେ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କସହ ଆଲୋଚନା କରିଛନ୍ତି।

ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଆଦର୍ଶ ଆଚରଣବିଧି, କୋଭିଡ୍‍ ନିୟମର ଅନୁପାଳନ ସଂକ୍ରାନ୍ତରେ ବିଶଦ୍‍ ଭାବେ ସେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହାସହ ନିର୍ବାଚନ ସମୟରେ ଦଳୀୟକର୍ମୀଙ୍କ ପ୍ରଚାର, ଭୋଟଦାନ ଏବଂ ଭୋଟ ଗଣତି ସମୟରେ ପୁଲିସ ସୁରକ୍ଷା ବ୍ୟବସ୍ଥାସଂକ୍ରାନ୍ତରେ ମଧ୍ୟ ଅତିରିକ୍ତ ଡିଜିପି ଆଲୋଚନା କରିବା ସହ ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଗସ୍ତ ସମୟରେ ପୁଲିସର କାର୍ଯ୍ୟ ଶୈଳୀ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଥିଲେ। ୧୧୦/୧୦୭ ସିଆର୍‍ପିସିରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ୍‍ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍‍ ଏବଂ ଜାମିନ୍‍ବିହୀନ ପରୱାନା( ଏନ୍‍ବିଡବ୍ଲ୍ୟୁ) ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନର ସୁପରିଚାଳନା ନିମନ୍ତେ ୧୮ ପ୍ଲାଟୁନ୍‍ ଓଏସ୍‍ଏପି ଫୋର୍ସ ମୁତୟନ କରାଯାଇଛି। ୩ କମ୍ପାନୀ ସିଏପିଏଫ ଫୋର୍ସ ଅଳ୍ପ ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀରେ ପହଁଚିବେ ବୋଲି ସୂଚନା ଦିଆଯାଇଛି। ଏହା ବ୍ୟତୀତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହସମାପ୍ତ କରିବାକୁ ଅତିରିକ୍ତ ଡିଜିପି ଶ୍ରୀଜେଠୱା ପୁରୀ ଏସ୍‍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.