Odisha Link
Bridging the Missing Links in Odisha

କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି, ଜାଣନ୍ତୁ କାହିଁକି..

ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଛି । କାଲି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଥିବାରୁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର।

ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରହିବେ। ଓଡ଼ିଶାର ସୀମାନ୍ତ ଗାଁରେ ନିର୍ବାଚନ ପାଇଁ ଚେଷ୍ଟା କରୁଛି ଆନ୍ଧ୍ର ସରକାର। ଆନ୍ଧ୍ରପ୍ରଦେଶ ସରକାର ପୂରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି। ଏଥିପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ଗ୍ରହଣ ହେବ। ତେବେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ୮ ତାରିଖରେ ଭୋଟ ହେବ। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ।

Leave A Reply

Your email address will not be published.