Odisha Link
Bridging the Missing Links in Odisha

ଆଜି ପବିତ୍ର ଶ୍ରୀରାମ ନବମୀ, ଟ୍ବିନସିଟିର ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ। ଆଜିର ଦିନରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ।

କୋଭିଡ କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ହେଉଛି। ଅନ୍ୟପଟେ କରୋନା ସ୍ଥିତି ଦୃଷ୍ଟିର ରଖି ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରି ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ନିଷେଧ କରାଯାଇଥିବା ବେଳେ କେବଳ ନୀତିକାନ୍ତି ଜାରି ରହିବ।

ରାଜଧାନୀରେ ଶ୍ରୀରାମ ନବମୀ ଫିକା ପଡ଼ିଛି। ଶ୍ରୀରାମ ନବମୀ ପାଇଁ ସମସ୍ତ ରାମ ମନ୍ଦିର, ହନୁମାନ ମନ୍ଦିର, ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଚଳିତ ବର୍ଷ ଉଭୟ ବିଏମ୍ ସି ଓ ସିଏମ୍ ସି ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଲଗାଇ ଦେଇଛନ୍ତି। ଧର୍ମାନୁଷ୍ଠାନଗୁଡିକରେ କେବଳ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ।

ପୂଜକ ଏବଂ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ପୂଜକ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଏଥି ହାତ ଧୋଇବାକୁ ହ୍ୟାଣ୍ଡୱାସ ରଖିବାକୁ ପରିଚାଳନା କମିଟିଗୁଡିକୁ ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.