Odisha Link
Bridging the Missing Links in Odisha

ଅନ୍ତିମ ବିକଳ୍ପ ହେଉ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ପୁଣି ଦିନକୁ ଦିନ ଦେଶରେ ବଢ଼ୁଛି କରେନା ସଂକ୍ରମଣ। କରୋନା ମୁକାବିଲା ପାଇଁ ରାଜ୍ୟମାନେ କଲଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆମକୁ ଦେଶକୁ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ ।  କାରଣ ଆମକୁ କରୋନା ମୁକାବିଲା ସହ ଅର୍ଥନୀତିକୁ ମଧ୍ୟ ସୁଧାରିବାକୁ ପଡ଼ିବ । ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଲକଡାଉନକୁ ଅନ୍ତିମ ଅସ୍ତ୍ରଭାବେ ଉପଯୋଗ କରନ୍ତୁ। ଲକଡାଉନ ନ କରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ରାଜ୍ୟ ସରକାରମାନେ ଗୁରୁତ୍ବ ଦିଅନ୍ତୁ।”  ମଙ୍ଗଳବାର ରାତି ୮.୪୫ରେ ଦେଶବାସୀଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମକୁ କରୋନା ମୁକାବିଲା ସହ ଲୋକମାନଙ୍କ ଜୀବନ ଜୀବିକାକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ। ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ କାମ କରୁଛନ୍ତି ସେମାନେ ସେଠାରେ ରହନ୍ତୁ । ରାଜ୍ୟ ସରକାରମାନେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସହାୟତା କରନ୍ତୁ। ପ୍ରବାସୀ ଶ୍ରମିକମାନେ ଯେଉଁଠାରେ କାମ କରୁଛନ୍ତି ସେଠାରେ ସେମାନଙ୍କୁ ଟିକା ଦିଆଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଜୀବନ ବଞ୍ଚାଇବା ସହ ଅର୍ଥନୀତିକୁ ମଧ୍ୟ ଯଥାସମ୍ଭବ କମ ହାନୀ ପହଞ୍ଚାଇବା ବୋଲି ମୋଦୀ କହିଛନ୍ତି।

ଭାରତ ଏବେ ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ଓ ଏଠାରେ ବିଶ୍ବର ଶସ୍ତା ଟିକା ପ୍ରସ୍ତୁତ ହେଉଛି। ଏଣିକି ଦେଶରେ ଉତ୍ପାଦିତ ଟିକାର ଅଧା ରାଜ୍ୟ ସରକାର ଓ ହସପିଟାଲମାନେ କିଣିପାରିବେ । ତେବେ ସରକାରୀ ହସପିଟାଲରେ ପୂର୍ବପରି ମାଗଣାରେ ଟିକା ଦିଆଯିବ।

Leave A Reply

Your email address will not be published.