Odisha Link
Bridging the Missing Links in Odisha

କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ, ଯୋଗାଉଛନ୍ତି ମାଗଣା ସେବା

ରାଞ୍ଚି: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ଏଭଳି ସମୟରେ କରୋନାକୁ ଡରି ନିଜର ପରିଜନମାନେ ମୁହଁ ଫେରାଇ ନେଉଥିବା ବେଳେ ଦେବଦୂତ ସାଜି ସହାୟତା ହାତ ବଢ଼ାଇଛନ୍ତି ଜଣେ ଅଟୋ ଡ୍ରାଇଭର।

ମହାମାରୀ ସମୟରେ ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ କରୋନା ସଂକ୍ରମିଙ୍କୁ ଏବଂ ତାଙ୍କ ପରିଜନକୁ ନେବାକୁ ମନା କରୁଥିବାବେଳେ ଜୀବନକୁ ବାଜି ଲଗାଇ ମାନବିକତା ଦେଖାଇ କରୋନା ରୋଗୀଙ୍କ ପାଇଁ ଆଶାର କିରଣ ସାଜିଛନ୍ତି ଝାଡଖଣ୍ଡର ରାଜଧାନୀ ରାଞ୍ଚିର ଜଣେ ଅଟୋ ଡ୍ରାଇଭର ରବି ଅଗ୍ରଓ୍ଵାଲ।

ରବି ଅଗ୍ରଓ୍ଵାଲ ଅସୁସ୍ଥ ଲୋକଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଉଛନ୍ତି। କରୋନାର ସଙ୍କଟଜନକ ସ୍ଥିତିରେ ଯେଉଁଠି ଅଧିକାଂଶ ଅଟୋ ଚାଳକ ରୋଗୀଙ୍କୁ ହସ୍ପିଟାଲ ନେବାକୁ ମନା କରୁଛନ୍ତି, ସେଠି ରବି ମାଗଣାରେ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ରବି କହିଛନ୍ତି ଯେ, ସେ ଏପ୍ରିଲ ୧୫ରୁ ଏହି ସେବା ଯୋଗାଇ ଆସୁଛନ୍ତି।

ଦିନେ ଜଣେ ମହିଳାଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇସେନ୍ସ(RIMS) ଯିବାର ଥିଲା। କିନ୍ତୁ କୌଣସି ଅଟୋ ଚାଳକ ଭୟରେ ହସ୍ପିଟାଲ୍ ଯିବାକୁ ପ୍ରସ୍ତୁତ ନଥିଲେ। ଏହା ପରେ ମୁଁ ତାଙ୍କୁ ରିମ୍ସରେ ପହଞ୍ଚାଇ ଦେବାକୁ କହିଥିଲି। ମୁଁ ଜାଣିନଥିଲି ଯେ, ସେ କରୋନା ସଂକ୍ରମିତ ଥିଲେ କି ନାହିଁ। ମାତ୍ର ମୁଁ ସେ ଦେଉଥିବା ଟଙ୍କାକୁ ସ୍ଵୀକାର କରିନଥିଲି।

ଯେବେ ମୁଁ ରିମ୍ସରୁ ଫେରିଲି, ମୋତେ ହୃଦବୋଧ ହୋଇଥିଲା ଯେ, ତାଙ୍କ ପରି ଅନେକ ଲୋକ ଅଛନ୍ତି ଯେଉଁମାନେ କରୋନା କାରଣରୁ ପରିବହନ ସେବାରୁ ବଞ୍ଚିତ ହେଉଛନ୍ତି। ଏହା ପରଠୁ ମୁଁ ଜରୁରୀ ଲୋକଙ୍କୁ ମାଗଣାରେ ହସ୍ପିଟାଲରୁ ନେବା ଆଣିବା କରୁଛି ବୋଲି ରବି କହିଛନ୍ତି।

Leave A Reply

Your email address will not be published.