Odisha Link
Bridging the Missing Links in Odisha

ଅକ୍ସିଜେନ ଅଭାବରୁ ମେଡିକାଲରେ ଚାଲିଗଲା ୮ କରୋନା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ:  ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି। ଏହାରି ଭିତରେ ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଖବର। ଦିଲ୍ଲୀ ନିକଟବର୍ତ୍ତି ଗୁରୁଗ୍ରାମ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ୮ ଜଣ କରୋନା ରୋଗୀଙ୍କ ସନ୍ଦିଗ୍ଧ ମୃତ୍ୟୁର ରହସ୍ୟ ଖୋଲିଛି।

ଏହି ଘଟଣାଟି ଗୁରୁଗ୍ରାମ ସହର ନିକଟ ସେକ୍ଟର ୫୬ ରେ ଥିବା ଏକ ହସ୍ପିଟାଲରେ ଘଟିଛି। ଏପ୍ରିଲ ୩୦ ତାରିଖ ଦିନ ରାତିରେ ଏଠାରେ ଅକ୍ସିଜେନ ସପ୍ଲାଏ ବନ୍ଦ ହୋଇଯିବା ଫଳରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ୮ ଜଣ ରୋଗୀଙ୍କର ମୃତ୍ୟୁପରେ ମେଡିକାଲରେ ନିୟୋଜିତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ଫେରାର୍ ହୋଇଯାଇଥିଲେ।

ହେଲେ ଏହାକୁ ନେଇ ମେଡିକାଲର କର୍ତ୍ତୁପକ୍ଷ କହିଥିଲେ କି ଏହା ସ୍ୱଭାବିକ୍ ମୃତ୍ୟୁ ହୋଇଛି, ଅର୍ଥାତ ଅକ୍ସିଜେନ ଅଭାବରୁ ମୃତ୍ୟୁକୁ ସେ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲେ ।ହେଲେ ମେଡିକାଲ ନିକଟରେ ମେଡିସିନ ଷ୍ଟୋର ଚଳାଉଥିବା ଜଣେ ବ୍ୟକ୍ତି କହିଛନ୍ତି କି ଏପ୍ରିଲ ୩୦ ତାରିଖ ରାତିରେ ସେ ମେଡିକାଲ ଷ୍ଟୋରରେ ଥିଲେ । ସେ ନିଜେ ଜାଣିଛନ୍ତି କି ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହେବା ଯୋଗୁଁ ଚିକିତ୍ସିତ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି।

ହେଲେ ଏନେଇ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ରହିଛି। ସବୁଠାରୁ ଦୁଖର ବିଷୟ କି ଏଭଳି ଦୁର୍ଘଟଣାକୁ ପୁରା ୬ ଦିନ ବ୍ୟାପିଯାଇଥିଲେ ବି ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ମୃତକଙ୍କ ପରିବାର ଦୁଃଖ ପ୍ରକାଶ କରିଛନ୍ତି। ସବୁଠାରୁ ବଡ ଦୁଃଖର କଥା ମେଡିକାଲ ରେ ଅକ୍ସିଜେନ ଅଭାବରୁ ରୋଗୀମାନେ ମରୁଥିବା ବେଳେ ଡାକ୍ତର ଓ ନର୍ସ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ।

Leave A Reply

Your email address will not be published.