Odisha Link
Bridging the Missing Links in Odisha

ବଡ଼ ମେଡିକାଲରୁ କରୋନା ରୋଗୀ ନିଖୋଜ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖୋଜିବ ପାଇଁ ନିର୍ଦ୍ଦେଶ

କଟକ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରା ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆସିଛି ଆଉ ଏକ ବଡ଼ ଖବର। କଟକ ବଡ଼ ମେଡିକାଲରୁ କରେନା ରୋଗୀ ନିଖୋଜ। କେରଳରୁ ଆସିଥିବା ଜଣେ ପଜିଟିଭ ଆକ୍ରାନ୍ତ ମଙ୍ଗଳବାର ନିଖୋଜ ହୋଇ ଯାଇଥିବା ଖବର ସାମ୍ନାକୁ ଆସିଛି। ଏପରିକି ରୋଗୀ ଜଣଙ୍କର ମୋବାଇଲ୍‌ ବନ୍ଦ ରହିଛି । ଏସବୁ ମଧ୍ୟରେ ରୋଗୀଙ୍କୁ ଖୋଜି ଠାବ କରିବା ସହିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ ନିକଟକୁ ଚିଠି ଆସିଛି ।

ମିଳିଥିବା ସୂଚନା ମୁତାବକ, ସଜେଶ ନାମକ ଜଣେ ଯୁବକ ଏସ୍‌ସିବି କୋଭିଡ ୱାର୍ଡରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। କରୋନାରୁ ଆରୋଗ୍ୟ ଲାଭ କରିବା ପରେ ଯୁବକ ଜଣଙ୍କ କେଉଁଆଡେ ପଳାଇଛନ୍ତି। ଯୁବକଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠି ପହଞ୍ଚିବା ପରେ ଏସ୍‌ସିବିରେ ଏହାକୁ ନେଇ ତତ୍ପରତା ବଢିଯାଇଛି। ହେଲେ ଯୁବକଙ୍କ ମୋବାଇଲ ବନ୍ଦ ଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହେଉନାହିଁ ବୋଲି ଏସ୍‌ସିବି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.