Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: କମୁଛି ସଂକ୍ରମିତଙ୍କ ସଂଖ୍ୟା, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଅପରପକ୍ଷେ ଦିନକରେ ରାଜ୍ୟରେ ୧୮ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି ।

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪,୬୬୬ରେ ପହଁଞ୍ଚିଛି।

ଅପରପକ୍ଷେ ଦିନକରେ ରାଜ୍ୟରେ ୧୮ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ, ଗଜପତି, ମାଲକାନଗିରି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧୪ଜଣ, ବରଗଡ଼ ଜିଲ୍ଲାରୁ ୨୭୦ଜଣ, ଭଦ୍ରକ ଜିଲ୍ଲାରୁ ୫୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୪୨ଜଣ, ବୌଦ୍ଧ ଜିଲ୍ଲାରୁ ୧୫୨ଜଣ, କଟକ ଜିଲ୍ଲାରୁ ୬୪୧ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୧ଜଣ, ଗଜପତି ଜିଲ୍ଲାରୁ ୧୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୭୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୯ଜଣ, ଯାଜପୁର ଜିଲ୍ଲାରୁ ୩୭୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୦୪ଜଣ, କଳାହାଣ୍ଡି ଜିଲ୍ଲାରୁ ୨୨୪ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୨୪୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୧୧ଜଣ, କୋରାପୁଟ ଜିଲ୍ଲାରୁ ୧୭୪ଜଣ, ମାଲକାନଗିରି ଜିଲ୍ଲାରୁ ୬୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦୨ଜଣ, ନୟାଗଡ଼ ଜିଲ୍ଲାରୁ ୨୫୪ଜଣ, ନୂଆପଡ଼ା ଜିଲ୍ଲାରୁ ୪୦୧ଜଣ, ପୁରୀ ଜିଲ୍ଲାରୁ ୩୫୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୮ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୬ଜଣ, ସୋନପୁର ଜିଲ୍ଲାରୁ ୧୪୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୦ଜଣ ରହିଛନ୍ତି ।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୫୪ ହଜାର ୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୪ ହଜାର ୮୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪ ଲକ୍ଷ ୫୭ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୨୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.