Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ। ୭୧ ବର୍ଷୀୟ ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।ରୋଗୀ ଜଣଙ୍କ ଏବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି।

ସାରା ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। କରୋନା ପରେ ଆତଙ୍କ ସୃଷ୍ଟି କରିଛି ‘ବ୍ଲାକ୍ ଫଙ୍ଗସ୍’। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି।

ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଏବେ କିଛି ରାଜ୍ୟରେ କରୋନା ହେବାର ପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି। ତେବେ ଏହାକୁ ମୁକୋରମାଇକୋସିସ୍ ବୋଲି ମଧ୍ୟ କୁହାଯାଏ। ଏହି ବ୍ଲାକ୍ ଫଙ୍ଗସ୍ ଆମ ଶରୀରର ଚର୍ମ, ଫୁସଫୁସ୍ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ। ତେବେ ଏନେଇ ଆଡଭାଇଜରୀ ଜାରି କରିଛନ୍ତି ଆଇସିଏମଆର୍। ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଯେ ମଧୁମେହ ଏବଂ ଆଇସିୟୁରେ ଅଧିକ ଦିନ ରହୁଥିବା କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି କ୍ଷତିଘଟାଏ।

ବ୍ଲାକ୍ ଫଙ୍ଗସ୍ ଖୁବ୍ ବିରଳ ଏବଂ କ୍ଷତିକାରକ ସଂକ୍ରମଣ। ଏହି ରୋଗର କିଛି ବିଶେଷ ଲକ୍ଷଣ ରହିଛି ଯେପରିକି ଆଖି ତଳ, ଗାଲ ଏବଂ ନାକ ଲାଲ ହୋଇଯିବା ଏବଂ ଯନ୍ତ୍ରଣା ହେବା। ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ଅସୁବିଧା। ରକ୍ତ ବାନ୍ତି, ସହ ମାନସିକ ସ୍ତରରେ ପ୍ରଭାବ ପକାଇବା। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ଏହି ରୋଗର ଲକ୍ଷଣ। ପ୍ରମାଣକୁ ଭିତ୍ତି କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏହାର ଚିକିତ୍ସା ଏବଂ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଜାରି କରିଛନ୍ତି।

ବ୍ଲାକ୍ ଫଙ୍ଗସ୍ ବାୟୁ ମଣ୍ଡଳରେ ଉପସ୍ଥିତ ଥାଏ। କରୋନା ସଂକ୍ରମିତ ରୋଗୀ କିମ୍ବା କରୋନାରୁ ଆରୋଗ୍ୟ ରୋଗୀଙ୍କ ଠାରେ ଦେଖାଯାଏ। ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ସାଧାରଣତଃ ସେହି ଲୋକଙ୍କଠାରେ ଦେଖାଯାଏ ଯାହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ବାୟୁରୁ ନିଶ୍ୱାସ ନେବାବେଳେ ଏଥିରେ, ବ୍ଲାକ ଫଙ୍ଗସ୍ ଭିତରକୁ ଆସେ ଯାହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରେ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବା ଲୋକଙ୍କଠାରେ ଏହା ବେଶି ମାତ୍ରାରେ ଦେଖାଦିଏ ।

Leave A Reply

Your email address will not be published.