Odisha Link
Bridging the Missing Links in Odisha

ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଚାଲିଗଲା ୨୦ କରୋନା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଲୋକମାନଙ୍କୁ କଲବଲ କଲାଣି ମହାମାରୀ କରୋନ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ଅକ୍ସିଜେନ ଅଭାବରୁ ଜୟପୁର ଗୋଲ୍‌ଡେନ ହସ୍ପିଟାଲରେ ୨୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀ ବାତ୍ରା ଏବଂ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି।

ଏହି ଦୁଇ ହସ୍ପିଟାଲରେ ବି ଖୁବଶୀଘ୍ର ଅକ୍ସିଜେନ ଶେଷ ହୋଇଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଜୟପୁର ଗୋଲ୍‌ଡେନ ହସ୍ପିଟାଲର ଏମଡି ଡା. ବଲୁଜା କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ଅକ୍ସିଜେନ ଯୋଗାଣରେ ହ୍ରାସ ଯୋଗୁ ପ୍ରାୟ ୨୦ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି।

ହସ୍ପିଟାଲରେ ଅଳ୍ପ କିଛି ସମୟର ଅକ୍ସିଜେନ ରହିଥିବାବେଳେ ୨୧୫ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ବାତ୍ରା ହସ୍ପିଟାଲରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି। ବାତ୍ରା ହସ୍ପିଟାଲ ଏମଡି ଡା. ଏସସିଏଲ ଗୁପ୍ତା କହିଛନ୍ତି ଯେ, ହସ୍ପିଟାଲକୁ ୫୦୦ କିଲୋଗ୍ରାମ ଅକ୍ସିଜେନ ଟ୍ରକ ଜରିଆରେ ପହଞ୍ଚାଯାଉଛି। ଏହା ମିଳିବା ପରେ ୧ ଘଣ୍ଟା ଚଳିଯିବ। ହସ୍ପିଟାଲରେ ଏବେ ୨୬୦ ରୋଗୀ ରହିଛନ୍ତି।