Odisha Link
Bridging the Missing Links in Odisha

କଟକଣାକୁ ଫୁ: ଗାଁରେ ହେଉଥିଲା ମେଳା, ପୁଲିସ ପହଁଞ୍ଚିବାରୁ ଲାଠିରେ ପିଟିଲେ ଲୋକେ

ମେଳା ହେଉଥିବା ଖବର ପାଇ ପୁଲିସ ବିଡିଓଙ୍କୁ ଜଣାଇଥିଲା। ପରେ ମେଳାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ରାୟପୁର: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷକରି ଦେଶର ପ୍ରମୁଖ ବଡ଼ ବଡ଼ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରି ସମୟରେ ସରକାର କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଲାଗୁ କରିଛନ୍ତି ଅନେକ କଟକଣା। ହେଲେ ସାଧରଣ ଜନତା କଟକଣାକୁ ଫୁ କରିବା ସହ ପୁଲିସ କର୍ମୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ଖବର ଆସିଛି ଝାଡ଼ଖଣ୍ଡରୁ।

ଝାଡ଼ଖଣ୍ଡରେ ବର୍ତ୍ତମାନ କରେନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସରକାର କଟକଣା ଲାଗୁ କରିଛନ୍ତି। ହେଲେ ଏକ ଗ୍ରାମରେ ଲୋକମାନେ କଟକଣାକୁ ଫୁ କରି ଏକ ମେଳାର ଆୟୋଜନ କରିଥିଲେ। ଯେଉଁଥିରେ ଶହ ଶହ ଲୋକ ଏକାଠି ହେବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ପୁଲିସ ମେଳା ହେଉଥିବା ସ୍ଥାନରେ ପହଁଞ୍ଚି ଲୋକଙ୍କୁ ବୁଝାଇବା ସହ ମେଳା ବନ୍ଦ କରି ଘରକୁ ଯିବାକୁ କହିଥିଲା। ହେଲେ ଗ୍ରାମବାସୀ ମାନେ ମିଶି ପୁଲିସ କର୍ମୀଙ୍କୁ ବାଉଁଶ, ଲାଠିରେ ବାଡ଼ଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ମୁତାବିକ, ମେଳା ହେଉଥିବା ଖବର ପାଇ ପୁଲିସ ବିଡିଓଙ୍କୁ ଜଣାଇଥିଲା। ପରେ ମେଳାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୁଲିସକର୍ମୀଙ୍କ ମୁତାବିକ, କରୋନାର ଦ୍ବିତୀୟ ଲହରୀକୁ ନଜରରେ ରଖି କଟକଣା ଲାଗୁ କରାଯାଇଛି। ହେଲେ କଟକଣାକୁ ଫୁ କରି ସରାୟକେଳାରେ ମେଳା ଅନୁଷ୍ଠିତ ହୋଇଥିଲା। ଯତେବେଳେ ଆମେ ମେଳା ବନ୍ଦ କରିବାକୁ କହିଥିଲୁ ସେତେବେଳେ ଗ୍ରାମବାସୀ ମାନେ ମିଶି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମୀଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ।

ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଆମେ ପ୍ରଥମେ ମେଳା ବନ୍ଦ କରିବାକୁ ଲୋକଙ୍କୁ ବୁଝାଇଥିଲୁ। ହେଲେ ଗ୍ରାମବାସୀଙ୍କ ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ପରେ ପୁଲିସକର୍ମୀଙ୍କୁ ଗ୍ରାମବାସୀ ମାନେ ମିଶି ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Leave A Reply

Your email address will not be published.