Odisha Link
Bridging the Missing Links in Odisha

କୁମ୍ଭମେଳାରୁ ଫେରି କୋଭିଡ୍‌ରେ ଚାଲିଗଲେ ଶ୍ରବଣ

ଶ୍ରବଣ ରାଥୋଡ଼୍‌ ଓ ନଦୀମ୍‌ ଶୈଫି ମିଳିତ ଭାବେ ନଦୀମ୍-ଶ୍ରବଣ ନାମରେ ଆଶିକି, ଧଡ଼କନ୍, ଯୁଦାଇ, ସାଜନ୍, ହମ୍‌ ହୈ ରାହି ପ୍ୟାର୍‌ କା ଓ ରାଜା ହିନ୍ଦୁସ୍ଥାନୀ ଭଳି ୯୦ ଦଶକର ବହୁ ପ୍ରସିଦ୍ଧ ସିନେମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ ଶତାବ୍ଦୀ ଆରମ୍ଭରେ ଉଭୟେ ଅଲଗା ହୋଇ ଏକକ ଭାବେ ସଂଗୀତ ନିର୍ଦ୍ଦେଶନା ଦେଉଥିଲେ। ତେବେ ୨୦୦୯ରେ ଡେଭିଡ୍‌ ଧାଓ୍ବନ୍‌ ନିଜର ଚଳଚ୍ଚିତ୍ର 'ଡୁ ନଟ୍‌ ଡିଷ୍ଟର୍ବ'ର ସଂଗୀତ ପାଇଁ ଉଭୟଙ୍କୁ ପୁଣି ଏକାଠି କରିଥିଲେ।

ମୁମ୍ବାଇ: ହିନ୍ଦୀ ସିନେମା ସଂଗୀତ ଜଗତରେ ନଦୀମ୍-ଶ୍ରବଣ ଯୋଡ଼ିକୁ କିଏ ନଜାଣେ। ୯୦ ଦଶକରେ ଶହ ଶହ ହିଟ୍‌ ଗୀତ ଦେଇ ଚର୍ଚ୍ଚାକୁ ଆସିଥିବା ଏହି ଯୋଡ଼ି ଏବେ ଭାଙ୍ଗିଯାଇଛି। କରୋନାରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି ଶ୍ରବଣ ରାଥୋଡ଼।

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ଆଗରୁ ସେ କୁମ୍ଭମେଳା ଯାଇଥିଲେ ବୋଲି ଶ୍ରବଣଙ୍କ ପୁଅ ସଂଜୀବ ରାଥୋଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଭୟ ବାପା ଓ ମା’ ଚଳିତ ବର୍ଷ ହରିଦ୍ବାର ଯାଇ କୁମ୍ଭମେଳାରେ ଭାଗ ନେଇଥିଲେ ବୋଲି ସଂଜୀବ କହିଛନ୍ତି। କୁମ୍ଭମେଳାରୁ ଫେରିବା ପରେ ଶ୍ରବଣ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସୋମବାର ଦିନ ତାଙ୍କୁ ଏସ୍‌ଏଲ୍‌ ରହେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ୨୨ ଏପ୍ରିଲ ବିଳମ୍ବିତ ରାତିରେ ଶ୍ରବଣଙ୍କର କୋଭିଡ୍‌ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଶ୍ରବଣଙ୍କ ତାଙ୍କର ପତ୍ନୀ ଓ ଦୁଇ ପୁଅ ମଧ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଶ୍ରବଣଙ୍କ ମୃତ୍ୟୁପରେ ବଡ଼ପୁଅ ଶେଷକୃତ୍ୟ କରିବା ପାଇଁ ଅନୁମତି ନେଇ ସଂଗରୋଧରୁ ବାହାରିଛନ୍ତି।

ଶ୍ରବଣ ରାଥୋଡ଼୍‌ ଓ ନଦୀମ୍‌ ଶୈଫି ମିଳିତ ଭାବେ ନଦୀମ୍-ଶ୍ରବଣ ନାମରେ ଆଶିକି, ଧଡ଼କନ୍, ଯୁଦାଇ, ସାଜନ୍, ହମ୍‌ ହୈ ରାହି ପ୍ୟାର୍‌ କା ଓ ରାଜା ହିନ୍ଦୁସ୍ଥାନୀ ଭଳି ୯୦ ଦଶକର ବହୁ ପ୍ରସିଦ୍ଧ ସିନେମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ ଶତାବ୍ଦୀ ଆରମ୍ଭରେ ଉଭୟେ ଅଲଗା ହୋଇ ଏକକ ଭାବେ ସଂଗୀତ ନିର୍ଦ୍ଦେଶନା ଦେଉଥିଲେ। ତେବେ ୨୦୦୯ରେ ଡେଭିଡ୍‌ ଧାଓ୍ବନ୍‌ ନିଜର ଚଳଚ୍ଚିତ୍ର ‘ଡୁ ନଟ୍‌ ଡିଷ୍ଟର୍ବ’ର ସଂଗୀତ ପାଇଁ ଉଭୟଙ୍କୁ ପୁଣି ଏକାଠି କରିଥିଲେ।

Leave A Reply

Your email address will not be published.