Odisha Link
Bridging the Missing Links in Odisha

ଆଉ ୧୩ କୁମ୍ଭମେଳା ଫେରନ୍ତା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କଟକ ରେଳ ଷ୍ଟେସନରେ ଆରଟି-ପିସିଆର ଟେଷ୍ଟରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ୧୩ ପଜିଟିଭ ଚିହ୍ନଟ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ମଧ୍ୟ ୧୩ ଜଣ କୁମ୍ଭମେଳା ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିଲେ।

ରାଜ୍ୟରେ ଗତ ୨୪ ଘଣତଟାରେ ମଧ୍ୟରେ ୪୮୫୧ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୮୧୪ ଥିବାବେଳେ ସ୍ଥାନୀୟ  ୨୦୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.