Odisha Link
Bridging the Missing Links in Odisha

କରୋନା: କୁମ୍ଭମେଳାରୁ ଓଡ଼ିଶାକୁ ଆସିଛନ୍ତି ୪୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ବର: ଦେଶରେ ପୁଣି ଦୃତ ଗତି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଅନୁରୋଧ କ୍ରମେ ସମାପନ ହୋଇଛି ବିଶ୍ବ ପ୍ରସିଦ୍ଧି କୁମ୍ଭମେଳା। ଏହା ସହିତ କୁମ୍ଭମେଳାକୁ ଯାଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୁଳକ କରିଛନ୍ତି।

ସେହିପରି ଓଡ଼ିଶାରେ ମଧ୍ୟ କୁମ୍ଭମେଳାକୁ ଫେରୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, କୁମ୍ଭମେଳାରୁ ଫେରିଥିବା ଶ୍ରଦ୍ଧାଳୁ ମାନେ କ୍ୱାରେନଣ୍ଟାଇନ୍ ରେ ରହିବାକୁ ବାଧ୍ୟ।

ତେଣୁ ଆଜି ସେମାନଙ୍କ ତଥ୍ୟରୁ ଜଣାପଡିଛି ଯେ, ଓଡିଶାକୁ କୁମ୍ଭମେଳାରୁ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ଫେରିଛନ୍ତି। ଏନେଇ ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ତଥ୍ୟ ପ୍ରକାଶ ପାଇଛି। ତଥ୍ୟ ଅନୁସାରେ ଓଡିଶାକୁ ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି ପୁରା ୧୫୦ ପରିବାର। ଉକ୍ତ ୧୫୦ ପରିବାର ମଧ୍ୟରେ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଗଞ୍ଜାମକୁ ୨୫ ପରିବାର ଫେରିଥିବା ବେଳେ ଖୋର୍ଦ୍ଧାକୁ ୧୦ ଜଣ, ନବରଙ୍ଗପୁରକୁ ୨୦, ପୁରୀକୁ ୨୦ ଏବଂ କଟକରୁ ୯ ପରିବାର ଯାଇଥିବା ସୁଚନା ମିଳିଛି।

Leave A Reply

Your email address will not be published.