Odisha Link
Bridging the Missing Links in Odisha

କୁମ୍ଭମେଳା ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ୍‌‌ ବାଧ୍ୟତାମୂଳକ

ଭୁବନେଶ୍ବର: ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।

କୁମ୍ଭମେଳାରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରହିବାକୁ କୁହାଯାଇଛି। ଏଥିସହିତ ଭାଗନେଇଥିବା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ। ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ।

ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍‌ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍‌ସି, ସିଏଚ୍‌ସିକୁ ରିପୋର୍ଟ କରିବେ।

Leave A Reply

Your email address will not be published.