Odisha Link
Bridging the Missing Links in Odisha

କରୋନା: ବେଡ୍‌ ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଦେଶରେ ପୁଣି ବଢ଼ୁଛି କରୋନା ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କୋଭିଡ଼ ମେଡ଼ିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟା ବୃଦ୍ଧି କରାଯିବ। ଆଇସିୟୁ ବଢ଼ାଇବା ଏତେଟା ସମ୍ଭବପର ନୁହେଁ। କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର।

ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍‌ ବୃଦ୍ଧି କରାଯିବ। ୪ଟି କଟାଗୋରୀର ବେଡ୍ ଦରକାର। ସାଧାରଣ ବେଡ୍, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍ । ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର। ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ। ଆଇସିୟୁ ଓ ଏଚଡିୟୁ ବେଡ୍ ସଂଖ୍ୟା ଵୃଦ୍ଧି କରାଯିବ। କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ। ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ୍‌ରେ ରୋଗୀ ଅଛନ୍ତି। ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି। ୨୪୮ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଆଇସିୟୁ ବେଡ଼ ୫୪୧ଟି ରଖିଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି। ଏହାଛଡ଼ା ଷ୍ଟାଣ୍ଡବାୟ ବେଡ୍ ଆମ ପାଖରେ ଅଛି। ତେଣୁ କୌଣସି ଅସୁବିଧା ହେବ ନାହିଁ ।

Leave A Reply

Your email address will not be published.