Odisha Link
Bridging the Missing Links in Odisha

ଗୌରବ ଆଣିଲେ ଓଡ଼ିଆ ଝିଅ , ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଲେ ଝିଲି

ତାସକେଣ୍ଟ: ଓଡ଼ିଆ ଝିଅ ଝିଲି ଦଳବେହେରା ପାଇଲେ ସ୍ୱର୍ଣ୍ଣ ପଦକ। ଝିଲି ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରିଛନ୍ତି। ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ। ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି। ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ବିଜୟିନୀ ଝିଲି ଦଳବେହେରା ବର୍ତ୍ତମାନ ଭାରତୀୟ ରେଳପଥରେ କାର୍ଯ୍ୟ କରୁଛନ୍ତି।

ପୂର୍ବରୁ ଝିଲି ଜୁନିୟର ୱାର୍ଲଡ ଚାମ୍ପିୟେସିପରେ ବ୍ରୋଞ୍ଜ ପଦକ ପାଇଛନ୍ତି। ଆଜିର ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଭାରତରୁ ୨ଜଣ ଓଡ଼ିଆ ଝିଅ ପ୍ରତିନିଧିତ୍ୱ କରିଥିଲେ। ଝିଲିଙ୍କ ସହ ସ୍ନେହ ସୋରେନ ମଧ୍ୟ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.