Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ପୁଣି କସରତ ଆରମ୍ଭ କଲେ ତିନି ଦଳ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ। ୫ ରୁ ୭ ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ୨ରୁ ୪ ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ।

ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିବୁ ବୋଲି ସୁର ରାଉତରାୟ କହିଛନ୍ତି। ଅଜିତଙ୍କ ପ୍ରାର୍ଥୀ ବନ୍ଦନା ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ ଦେବୁ ଓ ଆମ ଭୋଟ ପ୍ରତିଶତ ବି ବଢ଼ିବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏଆଇସିସି ହିଁ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି। ଏବେ ବିଭିନ୍ନ ପଞ୍ଚାୟତରେ ଦାୟିତ୍ବରେ ଥିବା ନେତାମାନେ ନିଜ ଦାୟିତ୍ବ ତୁଲାଉଛନ୍ତି। ଆଜି ପିପିଲିରେ ବିଭିନ୍ନ ଦଳର ନେତା ବିଜେଡିରେ ସାମିଲ ହେବେ । ଏକ ଦୁଃଖଦ ଘଟଣା ଘଟିବାରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ଭୋଟିଂ ସ୍ଥଗିତ ରହିଥିଲା। ଆସନ୍ତା ମେ ୧୩ ତାରିଖରେ ଭୋଟ୍‌ଗ୍ରହଣ ପାଇଁ ସାନି ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା ତାହା ମେ’ ୧୩ ତାରିଖରେ ବି ହେବ। ଭାରତୀୟ ଜନତା ପାର୍ଟି ସପକ୍ଷରେ ଫଳାଫଳ ଯିବ ବୋଲି ବାହାସ୍ଫୋଟ ମାରିଛନ୍ତି। ସେଠି କୌଣସି ପ୍ରକାରର ଅନୁକମ୍ପା ମୂଳକ ଭୋଟ ନାହିଁ। ଆଗାମୀ ଦିନରେ କ’ଣ ହେବ ତାହା ସେବେ ଜଣା ପଡିବ।

ଦୀର୍ଘ ଦିନ ଧରି ପିପିଲି ବାସୀ ଅବହେଳିତ ହୋଇଛନ୍ତି ଓ ସେଠି ଅରାଜକତା ଚାଲିଛି। ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି । ଯେଉଁମାନେ ଆମର ପଞ୍ଚାୟତ ଦାୟିତ୍ୱରେ ଥିଲେ ସେମାନେ ତାଙ୍କ ତୁଲାଉଛନ୍ତି ଓ ଯିବାଆସିବା ବି କରୁଛନ୍ତି। ପିପିଲିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବହୁତ ସକ୍ରିୟ ସକ୍ଷମ ଅଛନ୍ତି। ପୂର୍ବରୁ ଯେଉଁ ଯୋଜନା ହୋଇଛି ସେହି ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.