Odisha Link
Bridging the Missing Links in Odisha

ଆଜି ରାଜ୍ୟକୁ ଆସୁଛି ୨ ଲକ୍ଷ କରୋନା ଟିକା

ଭୁବନେଶ୍ବର: ପୁଣି ରାଜ୍ୟରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ଆଜି ଓଡ଼ିଶାକୁ ଆସିବ ପୁଣି ୨ ଲକ୍ଷ ଟିକା।

ଆଜି ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ରହିଛି। ଆସନ୍ତାକାଲି ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗୋଟିଏ ପଟେ କରୋନା ନିଜର କାୟା ବିସ୍ତା କରିଚାଲିଥିବାବେଳେ ଅନ୍ୟପଟେ ଟିକା ଅଭାବ ଦେଖାଦେଇଛି। ଓଡ଼ିଶାରେ ଟିକା ଅଭାବ ନେଇ ବହୁ ସ୍ଥାନରେ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା ଜଣାଯାଇଛି। ତେବେ ଟିକା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି କରାଯାଇଥିଲା।

Leave A Reply

Your email address will not be published.