Odisha Link
Bridging the Missing Links in Odisha

ଗଞ୍ଜାମ: ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା

ଗଞ୍ଜାମ: ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି।

ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ। କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ। ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।
ତ ୨୪ ଘଣ୍ଟାରେ ଗଞ୍ଜାମରେ ୬୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଯାବତ୍ ଜିଲ୍ଲାରେ ୨୨ ହଜାର ୫୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୯୩୧ ଜଣ ସୁସ୍ଥ ହୋଇଛନ୍ତି। ୨୫୧ ଜଣ କୋଭିଡ୍ ପ୍ରାଣ ହରାଇଥିବା ବେଳେ ଜିଲ୍ଲାରେ ୩୫୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି। ଜିଲ୍ଲାରେ ୨୦୨୦ ଜୁଲାଇ ୨୭ରେ ସର୍ବାଧିକ ୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନାର ପ୍ରଥମ ପ୍ରବାହରେ ଜିଲ୍ଲା ରେଡ୍ ଜୋନରେ ଥିଲା।

Leave A Reply

Your email address will not be published.