Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ରକ୍ତର ଛିଟା, ମହାପ୍ରଭୁଙ୍କ ରୀତିନୀତି ବିଭ୍ରାଟ

ପୁରୀ: ପୁଣି ଶ୍ରୀମନ୍ଦିରରେ ପଡ଼ିଛି ରକ୍ତ ଛିଟା। ସୂଚନା ମୁତାବକ ମନ୍ଦିର ପରିସରରେ କାର୍ଯ୍ୟରତ ଦୁଇ ଜେଟିପି ପୋଲିସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଉୟଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ଜଣେ ପୋଲିସ କର୍ମଚାରୀଙ୍କ ମାଡରେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଫଳରେ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିଥିବା ଜଣାପଡ଼ିଛି। ଆହାତ ହୋଇଥିବା କର୍ମଚାରୀଙ୍କୁ ମେଡିକାଲରେ ଭର୍ତି କରାଯିଛି।ତେବେ ଶ୍ରୀମନ୍ଦିର ମଧ୍ୟରେ ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କ ରୀତିନିତୀରେ ବିଭ୍ରାଟ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରେ ରକ୍ତ ପଡିବା କାରଣରୁ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହେବାକୁ ଯାଉଛି।ପରେ ଅନ୍ୟାନ ରୀତି ନୀତି ମଧ୍ୟ ଅନୁଷ୍ଠିତ ହେବ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ଥିବା ଦୁଇ ଜେଟିପି ପୋଲିସ ମନୋଜ ପାଣିଗ୍ରାହୀ ଏବଂ ଗଙ୍ଗାପ୍ରଧାନ ଉଭୟଙ୍କ ମଧ୍ୟରେ ଥଟ୍ଟା ପରିହାସ ଚାଲିଥିଲା। ପରେ ଥଟ୍ଟାରୁ ଝଗଡ଼ା ହୋଇଥିଲା। ଝଗଡ଼ାରେ ଉତକ୍ଷିପ୍ତ ହୋଇ ଗଙ୍ଗା ପ୍ରଧାନ ସହକର୍ମୀ ମନୋଜ ପାଣିଗ୍ରାହୀଙ୍କୁ ମାଡ଼ ମାରିଥିଲେ। ଫଳରେ ମନ୍ଦିର ଭିତରେ ଥିବା ଧୁକୁଡ଼ି ଦ୍ବାରରେ ରକ୍ତ ଛିଟା ପଡ଼ିଥିବା ଦେଖାଦେଇଛି ।

Leave A Reply

Your email address will not be published.