Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼; ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ୩ ଦିନ ଧରି ଚାଲିଛି ମହାଯଜ୍ଞ। ମନ୍ତ୍ରଧ୍ବନୀରେ କମ୍ପୁଛି ଶ୍ରୀକ୍ଷେତ୍ର। ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ରାଜା ଗଜପତି। ୧୦ରୁ ୧୧ଟା ଭିତରେ ସବୁ ଅତିଥି ଆସି ପୁରୀ ପହଞ୍ଚିବେ। ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପହଞ୍ଚିବେ। ଶ୍ରୀସେତୁ ଓ ଶ୍ରୀମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଜି ମହାଯଜ୍ଞର ଶେଷ ଦିନ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ଚାଲିଛି।

Leave A Reply

Your email address will not be published.