Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କିଛି ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ମଧ୍ୟ ସୂଚନା ଦେଇଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଥିଲା। ଏହି ସମୟରେ ଏକାଧିକ ସେବାୟତ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଥିଲା।

ଏହାପରେ ତୁରନ୍ତ ମନ୍ଦିରକୁ ବନ୍ଦ କରିବା ସହିତ ଆଗକୁ ଟେଷ୍ଟିଂ ଓ ଟ୍ରିଟମେଂଟ୍ ଜାରି ରହିବ ବୋଲି ବିଏମସି କମିଶନର କହିଛନ୍ତି। ତେବେ ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ହେଁ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଆୟୋଜିତ ହେବ। ବିଏସମି ଜାରି କରିଥିବା ନିର୍ଦ୍ଦେଶ ମୁତାବକ ରୁକୁଣା ରଥଯାତ୍ରା ଆୟୋଜିତ ହେବ ବାଲି କୁହାଯାଇଛି।

Leave A Reply

Your email address will not be published.