Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ; ବିଳମ୍ବରେ ଚାଲିଛି ନୀତିକାନ୍ତି

ଓଏଲ୍‌ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ମହାସ୍ନାନ ନୀତି କରାଯାଇଛି। ଶ୍ରୀମନ୍ଦିରରେ ମହାସ୍ନାନ ପାଇଁ ନୀତି ଏକ ଘଣ୍ଟା ବିଳମ୍ବ ହୋଇଛି। ମଙ୍ଗଳ ଆଳତି ପୂର୍ବରୁ ମହିଳାଙ୍କ ହାତ କ୍ଷତ ହୋଇ ରକ୍ତ ପଡ଼ିଥିଲା। ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କିନ୍ତୁ ଏହି ସମୟରେ ସେବାୟତ ଘରର ମହିଳା ଜଣକ ଝୁଣ୍ଟି ପଡିଥିଲେ । ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳାଳତୀ ପୂର୍ବରୁ ନୀତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡମହାସ୍ନାନ ହେବା ପରେ ନୀତି ଆରମ୍ଭ ହୋଇଛି।

Leave A Reply

Your email address will not be published.