Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ: ବଡ଼ ସୂଚନା ଦେଲେ ପୁରୀ ଏସପି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ମାମଲା ସାମ୍ନାକୁ ଆସିଛି। ଯାହା ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରେ ପଶିଯାଇଥିବା ୯ ଜଣ ଅଣହିନ୍ଦୁଙ୍କୁ ଅଟକ ରଖିଛି ପୁରୀ ସିଂହଦ୍ୱାର ଥାନା ପୁଲିସ। ଅଟକଙ୍କ ମଧ୍ୟରେ ଅଛନ୍ତି ଜଣେ ହିନ୍ଦୁ ଓ ୯ ଜଣ ଅଣହିନ୍ଦୁ। ସମସ୍ତେ ବାଂଲାଦେଶୀ ବୋଲି ଜଣାପଡିଛି। ସମସ୍ତଙ୍କ ପାସପୋର୍ଟ ଜବତ କରାଯାଇଥିବାବେଳେ କିଭଳି ଭାରତ ଆସିଲେ ଓ ମନ୍ଦିର ଯିବାର ଉଦେଶ୍ୟ କଣ ସେନେଇ ତଦନ୍ତ ଚାଲିଛି। ବୈଦେଶିକ ମନ୍ତ୍ରାଳୟ ଓ ବାଂଲାଦେଶୀ ଦୂତାବାସକୁ ଜଣାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.