Odisha Link
Bridging the Missing Links in Odisha

ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତ୍ତନ। ଗ୍ରାହକମାନଙ୍କ ପାଇଁ ଏଣିକି ସକାଳ ୧୦ରୁ ଅପରାହ୍ନ ୪ଟା ପରିବର୍ତ୍ତେ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ରହିବ।

କିନ୍ତୁ ପୂର୍ବଭଳି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ। ଆସନ୍ତା ମେ’ ୧୫ ତାରିଖ ଯାଏଁ ବ୍ୟାଙ୍କିଙ୍ଗର ଏହିି ନୂଆ ସମୟ ଲାଗୁ ରହିବ। ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ।

ସେହିପରି କରୋନା ମୁକାବିଲା ପାଇଁ ରୋଟେସନ ଆଧାରରେ ୫୦% କର୍ମଚାରୀଙ୍କୁ ନେଇ କାମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସବୁ ଜିଲ୍ଲାରେ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।