Odisha Link
Bridging the Missing Links in Odisha

କରୋନା ଅଟକାଇ ପାରିଲାନି ବାହାଘର, ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା

ମଧ୍ୟପ୍ରଦେଶ: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନା ପଜିଟିଭ୍‌ ହୋଇ ମଧ୍ୟ ବାହା ହୋଇଛନ୍ତି ବରକନ୍ୟା। ବାହାଘର ଅଟକାଇ ପାରିଲାନି କରୋନା। ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା। ଏହିଭଳି ଅନନ୍ୟ ବାହାଘର ହୋଇଛି ମଧ୍ୟପ୍ରଦେଶରେ।

ସୁଚନାଯୋଗ୍ୟ, ବର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ପିପିଇ କିଟ୍ ପିନ୍ଧି ବିବାହ କରିବାକୁ ପଡିଥିଲା। ଯେତେବେଳେ ବର ପିପିଇ କିଟ୍ ପିନ୍ଧିଲେ ତାଙ୍କୁ ଦେଖି କନ୍ୟା ମଧ୍ୟ ପିପିଇ କିଟ୍ ପିନ୍ଧିବାକୁ ବାଧ୍ୟ ହୋଇଥିଲେ। ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଭିଡିଓରେବର-କନ୍ୟା ଦୁହେଁ ପିପିଇ କିଟ୍ ପିନ୍ଧି ସାତ ଫେରା ବୁଲୁଛନ୍ତି ଏବଂ ପଣ୍ଡିତ ମନ୍ତ୍ର ପାଠ କରୁଛନ୍ତି। ସେମାନଙ୍କ ବ୍ୟତୀତ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ପିପିଇ କିଟ୍ ପରିଧାନ କରିଛନ୍ତି।

ସେଠାକାର ତହସିଲଦାର ଏନେଇ କହିଛନ୍ତି, ବର ୧୯ ଏପ୍ରିଲରେ କରୋନା ପଜିଟିଭ୍ ହୋଇଥିଲେ। ହେଲେ ପରିବାର ଲୋକଙ୍କ ଆଗ୍ରହ ଏବଂ ଉପରିସ୍ଥ ଅଫିସରଙ୍କ ପରାମର୍ଶ ଅନୁସାରେ ଏହି ବିବାହ କରିବାକୁ ଅନୁମତି ଦିଆଯାଇଥିଲା। ତେଣୁ ତାଙ୍କ ପରିବାର ଲୋକେ ସମସ୍ତ କୋଭିଡ୍ ନିୟମ ମାନି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।