Odisha Link
Bridging the Missing Links in Odisha

ଆଜି ସନ୍ଧ୍ୟାରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି। ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତିସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ନେଇ ଆଲୋଚନା କରିବେ। ଜିଲ୍ଲା ମାନଙ୍କରେ ବଢୁଥିବା ସଂକ୍ରମିତ ହାରରେ ରୋକ ଲଗାଇବା ଉପରେ ଆଲୋଚନା ହେବ।

ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ବର୍ତ୍ତମାନ ଅଧା ଜିଲ୍ଲା ରେଡ ଜୋନରେ ରହିଛି। ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିଭଳି କୋରୋନା ସହ ମୁକାବିଲା କରିବା ସେନେଇ ଆଜି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ।