Odisha Link
Bridging the Missing Links in Odisha

ବିଳମ୍ବ ହୋଇପାରେ ୩ୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଟିକା ଦିଆଯିବ ବେଲି ନିଷ୍ପତ୍ତ ହୋଇଛି। ତେବେ ରାଜ୍ୟରେ ବର୍ତ୍ତମାନ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ।

ଟିକା ଆସିବାରେ ବିଳମ୍ବ ହେବାର ଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ। ମେ’ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ। ୟ ଟିକା ଆସିବା ପରେ ହିଁ ଟିକାକରଣ ଆରମ୍ଭ କରାଯିବ।

କୋଭିସିଲ୍ଡ ଟିକା ପାଇଁ ଗତକାଲି ଚିଠି ଲେଖିଛୁ। ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲି ଠାରୁ ପଞ୍ଜୀକରଣ ଆରମ୍ଭ ହେବ। କୋୱିନ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ। କିନ୍ତୁ ଟିକା ନେବା ପାଇଁ ଏବେ ସ୍ଲଟ ଆପଏଣ୍ଟମେଣ୍ଟ ମିଳିବ ନାହିଁ। ଟିକା ଆସିଲେ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.