Odisha Link
Bridging the Missing Links in Odisha

ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ହେଉଛି ବେକାବୁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଫଳାଫଳ ଘୋଷଣା ହେବ । ତେବେ ଏହା ପରେ ବିଜୟ ଶୋଭାଯାତ୍ରା କରାଗଲେ କରୋନା ସଂକ୍ରମଣ ବୃଦ୍ଧିର ଆଶାଙ୍କା ରହିଛି। ତେଣୁ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ। ଏନେଇ କଟକଣା ଜାରି କରିଛନ୍ତି ନିର୍ବାଚନ ଆୟୋଗ।

ଏଥିସହ ବିଜୟ ପ୍ରାର୍ଥୀଙ୍କ ସହ ୨ ଜଣରୁ ଅଧିକ ବ୍ୟକ୍ତି ବିଜୟ ପ୍ରମାଣପତ୍ର ଆଣିବାକୁ ଯିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମାଡ୍ରାସ୍ ହାଇକୋର୍ଟ କରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହିଛନ୍ତି। କୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।

 

 

Leave A Reply

Your email address will not be published.