Odisha Link
Bridging the Missing Links in Odisha

ଟିକାକରଣକୁ ବର୍ଷେ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭୂତାଣୁରେ କଲବଲ ସାରା ବିଶ୍ବ। ଏହି ମହାମାରୀକୁ ମାତ୍‌ ଦେବା ପାଇଁ ବର୍ତ୍ତମାନ ପ୍ରମୁଖ ଅସ୍ତ୍ର ସାଜିଛି ଟିକା। ଆଉ ଏହାକୁ ଗୁରୁତ୍ବ ଦେଇ ଠିକ୍‌ ବର୍ଷକ ତଳେ ସାରା ଦେଶରେ ଟିକାକରଣ ଆରମ୍ଭ କରିଥିଲେ ସରକାର। ଯାହା ଏକବର୍ଷ ପୂର୍ତ୍ତି ହୋଇଛି।

ମହାମାରୀ କରୋନାକୁ ମାତ୍‌ ଦେବା ସହ ଦେଶର ପ୍ରାୟ ୧୩୮ କୋଟି ଜନତାଙ୍କୁ ସୁରକ୍ଷା ଦେବାକୁ ୧୬ ଜାନୁଆରୀ ୨୦୨୧ରେ ଭାରତ ସରକାର ଟିକାକରଣ ଆରମ୍ଭ ହୋଇଥିଲା।ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ ଟିକା ଅଭିଯାଚାଲିଛି। ତାହା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ଜନସଂଖ୍ୟାର ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ, ୬୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଓ ୪୨ ଲକ୍ଷ ଲୋକ ( ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ଅସୁରକ୍ଷିତ ବ୍ୟକ୍ତି) ଙ୍କୁ ବୁଷ୍ଟର ବା ତୃତୀୟ ଡୋଜ୍ ଟିକା ଦିଆଯାଉଛି।

ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଭାରତରେ ୧୫୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଏଥିମଧ୍ୟରୁ ୯୦ କୋଟିରୁ ଅଧିକ ପ୍ରଥମ ଡୋଜ, ୬୫ କୋଟି ଦ୍ୱିତୀୟ ଡୋଜ ଏବଂ ୪୨ଲକ୍ଷକୁ ‘ସତର୍କତା ଡୋଜ’ ବା ତୃତୀୟ ଡୋଜ ନେଇଛନ୍ତି। ଗତ ବର୍ଷେ ମଧ୍ୟରେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଆଠଟି କୋଭିଡ ଟିକାକୁ ଭାରତ ସରକାର ଅନୁମୋଦନ ଦେଇଛନ୍ତି। ସେଗୁଡ଼ିକ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର Covishield, Covovax, ଭାରତ ବାୟୋଟେକର Covaxin, ଋଷର Sputnik V, Moderna, ଜନସନ ଏବଂ ଜନସନଙ୍କ ଏକକ-ଡୋଜ ଟିକା, Zydus Cadilaର ZyCoV-D ଏବଂ Biological Eର Corbevax।

Leave A Reply

Your email address will not be published.