Odisha Link
Bridging the Missing Links in Odisha

ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଟ୍ୱିନ ସିଟିରେ ଅଣାୟତ୍ତ ହେଲାଣି କରୋନା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ରାଜଧାନୀ ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି। କଟକରେ ବି ଅବସ୍ଥା ସମାନ। ଏଭଳି ସ୍ଥିତିକୁ ନେଇ ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ କହିଛନ୍ତି ଯେ, ଟ୍ୱିନ ସିଟିରେ ସଂକ୍ରମଣ ବଢୁଛି। ଜଣେ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି। ତେଣୁ ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଛି। ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ପର୍ଯ୍ୟାପ୍ତ ବେଡ ଅଛି, ଯେଉଁଠି ଆବଶ୍ୟକ ସେଠାରେ ବେଡ ସଂଖ୍ୟା ବଢାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଯେ, କଟକ ଓ ଭୁବନେଶ୍ୱର କଟକଣା ଅଧିକ ହେବା ଦରକାର। ନଚେତ ସ୍ଥିତି ଅସମ୍ଭାଳ ହେବ। ମଦ ଦୋକାନ, ମାଛ ଓ ପରିବା ମାର୍କେଟ ସଂକ୍ରମଣ ବୃଦ୍ଧିର କାରଣ। କରୋନା ମୁକାବିଲା ପାଇଁ ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି ଡାକ୍ତର ଅଶୋକ ମହାପାତ୍ର କହିଥିଲେ।

Leave A Reply

Your email address will not be published.