Odisha Link
Bridging the Missing Links in Odisha

ରାଜଧାନୀରେ ଗଡିଲା କୋଭିଡ୍‌ ଟେଷ୍ଟ୍ ଭ୍ୟାନ୍

ଭୁବନେଶ୍ୱର: ରାଜଧାନୀରେ ଅଣାୟତ୍ତ ହେଲାଣି କରୋନା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବା ବେଳେ ଭାଙ୍ଗୁଛି ରେକର୍ଡ। କରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଲାଣି।। ଏହାରି ମଧ୍ୟରେ ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଗଡିଲା କୋଭିଡ୍‌ ଟେଷ୍ଟ୍ ଭ୍ୟାନ୍। ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ଟେଷ୍ଟ୍ ଭ୍ୟାନ୍।

ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି ଭ୍ୟାନ୍। ଭ୍ୟାନଟିରେ ଦୈନିକ ୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରିବାର କ୍ଷମତା ରହିଛି। ଗାଡିର ଗୋଟିଏ ପଟେ ପଞ୍ଜିକରଣ ଏବଂ ଅନ୍ୟପଟେରେ କୋଭିଡ୍ ପରୀକ୍ଷା ହେବ।

ଏଥିସହ ରାଜଧାନୀ ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି। ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍। ଏନେଇ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.