Odisha Link
Bridging the Missing Links in Odisha

ଆଜି ୪.୩୦ଟାରେ କହିବେ ଡିଜିପି, କରିପାରନ୍ତି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା

ଭୁବନେଶ୍ବର: ଆଜି ଅପରାହ୍ନ ୪.୩୦ଟାରେ କହିବେ ପୁଲିସ ଡିଜି ଅଭୟ। ପ୍ରେସ୍‌ମିଟ୍ ଜରିଆରେ ଦେଇପାରନ୍ତି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା। କୋଭିଡ କଟକଣା ନେଇ କରିପାରନ୍ତି ନୂଆ କଟକଣା। ଏନେଇ ରହିଛି ସବୁ ରାଜ୍ୟବସୀଙ୍କ ନଜର।

ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହେଇ ବଢ଼ୁଥିବା ବେଳେ ସ୍ଥିତି ସାଂଘାତିକ ହେଇଗଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ୬୦୦୦ ଉପରେ ରହୁଛି।

ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସପ୍ତାହାନ୍ତ ସଟଡାଉନ ସହ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିବା ବେଳେ ମଧ୍ୟ ସଂକ୍ରମଣ ହାର କମୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜି ଆହୁରି କଡ଼ା କଟକଣା ଘୋଷଣା କରି ପାରନ୍ତି ପୁଲିସ ଡିଜି ଅଭୟ।

Leave A Reply

Your email address will not be published.