Odisha Link
Bridging the Missing Links in Odisha

ମେ’ ପ୍ରଥମ ସପ୍ତାହରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ। ତେବେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟରେ ଟିକାକରଣ କେନ୍ଦ୍ର ବନ୍ଦ ରହିଛି।

ଏହାରି ଭିତରେ ଟିକାକରଣର ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ନେଇଛନ୍ତି। ଯେ କହିଛନ୍ତି,ମେ’ ପ୍ରଥମ ସପ୍ତାହରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ ହେବ। ଟିକାର ଅଭାବ ଭିତରେ କେନ୍ଦ୍ରକୁ ପୁଣି ଥରେ ଟିକା ମାଗିଛି ଓଡ଼ିଶା। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ଥରରେ ୨୫ ଲକ୍ଷ ଟିକା ଦେବାକୁ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟିକା ଆସିଲେ ମେ’ ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟିକାକରଣ ହେବ। ରାଜ୍ୟରେ ଏବେ ମାତ୍ର ୪୬ ହଜାର ୨୨୦ କୋଭିସିଲ୍ଡ ଡୋଜ୍ ଓ ୩ ଲକ୍ଷ ୨୧ ହଜାର ୬୩୦ କୋଭାକ୍ସିନ ଡୋଜ୍ ମହଜୁତ ଅଛି। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ଟିକା ପାଇଁ ଦେଢ଼ ଲକ୍ଷ କୋଭାକ୍ସିନ ପହଁଚିଛି। ମେ’ ୧ ଓ ୨ ତାରିଖରେ ଟିକାକରଣ ବନ୍ଦ ରହିବ। ତେବେ ମେ’ ପହିଲାରେ ସାଂକେତିକ ଭାବେ ଆରମ୍ଭ କରିବେ ୧୮ରୁ ୪୪ ବର୍ଷର ଟିକାକରଣ।

Leave A Reply

Your email address will not be published.