Odisha Link
Bridging the Missing Links in Odisha

ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା କଟକଣା। ଆସନ୍ତା ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭାରତରେ କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର। ଆମେରିକା ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ପରାମର୍ଶରେ ଏହି କଟକଣା ଜାରି କରାଯାଇଥିବା ହ୍ୱାଇଟ ହାଉସ କହିଛି।

ଏହି କଟକଣା ଆମେରିକା ନାଗରିକଙ୍କ ଉପରେ ଲାଗୁ ହେବନାହିଁ । ଭାରତରେ ଥିବା ଆମେରିକୀୟ ସ୍ୱଦେଶ ଫେରିପାରିବେ। ଭାରତରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ଦେଖି କିଛିଦିନ ତଳେ ଆମେରିକୀୟମାନେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ୱାସିଂଟନ୍। ପୂର୍ବରୁ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଇଂଲଣ୍ଡ, ଆୟାରଲ୍ୟାଣ୍ଡ, ଚୀନ ଓ ଇରାନ ଭଳି ଦେଶରୁ ଆମେରିକା ପ୍ରବେଶ ଉପରେ ସମାନଧରଣର କଟକଣା ଲଗାଯାଇଥିଲା।

ଏଥିସହ ଅଷ୍ଟ୍ରେଲିଆ ସରକାର ମଧ୍ୟ କଡା କଟକଣା ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ନାଗରିକ ସ୍ୱଦେଶ ଫେରିବାକୁ ଚାହିଁଲେ ଫେରିପାରିବେ ନାହିଁ। ଏପରିକି ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କୁ ଜୋରିମାନା କିମ୍ବା ଜେଲ ମଧ୍ୟ ହୋଇପାରେ। ଭାରତରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅଷ୍ଟ୍ରେଲିଆ ସରକାର ଆଗାମୀ ସୋମବାର ଠାରୁ ଏହି କଟକଣା ଘୋଷଣା କରିଛନ୍ତି।

Leave A Reply

Your email address will not be published.