Odisha Link
Bridging the Missing Links in Odisha

ରାଜ୍ୟରେ ଅଣାୟତ୍ତ କରୋନା: ଦିନକରେ ୮୦୧୫ ପଜିଟିଭ ଚିହ୍ନଟ, ୧୪ ମୃତ

ଅନ୍ୟପଟେ ରାଜ୍ୟରେ ଦିନକରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି ।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଚିନ୍ତାରେ ରାଜ୍ୟବାସୀ। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୦୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୬୨,୬୨୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୬୮ ଜଣ କ୍ବାରାଣ୍ଟିନରେ ରହିଥିବା ବେଳେ ୩୪୪୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ‌ ଯୋଗେ ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ଦିନକରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ରାୟଗଡ଼ା ଜିଲ୍ଲାରୁ ୪ ଜଣ, କେନ୍ଦୁଝର ୨ ଜଣ ରହିଥିବା ବେଳେ ସୁନ୍ଦରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୨୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୦ଜଣ, ବରଗଡ଼ ଜିଲ୍ଲାରୁ ୩୯୦ଜଣ, ଭଦ୍ରକ ଜିଲ୍ଲାରୁ ୧୪୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୮ଜଣ, ବୌଦ୍ଧ ଜିଲ୍ଲାରୁ ୧୦୩ଜଣ, କଟକ ଜିଲ୍ଲାରୁ ୪୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୬ଜଣ, ଗଜପତି ଜିଲ୍ଲାରୁ ୧୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୯ଜଣ, ଯାଜପୁର ଜିଲ୍ଲାରୁ ୧୯୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୪ଜଣ, କନ୍ଧମାଳ ଜିଲ୍ଲାରୁ ୬୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୩୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୯ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୨୦ଜଣ, ନୟାଗଡ଼ ଜିଲ୍ଲାରୁ ୧୮୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୬୪ଜଣ, ପୁରୀ ଜିଲ୍ଲାରୁ ୩୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୪୪୧ଜଣ, ସୋନପୁର ଜିଲ୍ଲାରୁ ୨୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୩୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୩୬ଜଣ ରହିଛନ୍ତି ।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪,୬୨,୬୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯,୪୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩,୯୧,୦୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୨୦୬୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.